ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାନସ ମଙ୍ଗରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ । ବିଜେଡି ସଂସଦୀୟ ଦଳର ନେତା ହେଲେ ମାନସ ମଙ୍ଗରାଜ । ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦେଲା ଦଳ। ଏନେଇ ବିଜେଡି ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷ ଚିଠି ଲେଖିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କିଛି ଦିନ ତଳେ ବିଜେଡି ସାଂସଦ ତଥା ବରିଷ୍ଠ ନେତା ସସ୍ମିତ ପାତ୍ର ରାଜ୍ୟସଭାରେ ଦଳର ସଂସଦୀୟ ନେତା ପଦରୁ ଇସ୍ତଫା ଦେଇଥିଲେ । ପରେ ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏହି ଇସ୍ତଫାକୁ ଗ୍ରହଣ କରିଥିଲେ । ତେବେ ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ବିଜେଡି ନୂଆ ଘୋଷଣା କରିଛି । ସେହିପରି ସାଂସଦ ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦିଆଯାଇଛି। ବିଗତ ଅଧିବେଶନ ମାନଙ୍କରେ ସାଂସଦ ଶ୍ରୀମତୀ ଦେଓଙ୍କ କାର୍ଯ୍ୟଦକ୍ଷତା ଭଲ ରହିଛି। ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ସେ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। ସୋମବାର ଦିନ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।






More Stories
OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା…..
କାର୍ଯ୍ୟବନ୍ଦ କର…..
ବିଜେଡି ଛାଡ଼ିଲେ ଦେବାଶିଷ….