ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ଏପ୍ରିଲ ୨୩ ତାରିଖରେ ଜଷ୍ଟିସ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଜଷ୍ଟିସ ଏନ.ଭି. ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ) ହୋଇପାରନ୍ତି। ଏଥିଲାଗି ବର୍ତ୍ତମାନର ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି। ବରିଷ୍ଠତା ଭିତ୍ତିରେ ସିଜେଆଇ ବୋବଡେ ଜଷ୍ଟିସ ରମଣଙ୍କୁ ନିଯୁକ୍ତି ଦେବା ଲାଗି ଚିଠିରେ ସୁପାରିସ କରିଛନ୍ତି। ସୂଚନା ଅନୁସାରେ, ଆସନ୍ତା ଏପ୍ରିଲ ୨୩ ତାରିଖରେ ଜଷ୍ଟିସ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ସରକାର ନୂତନ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତ କରିବେ। ସୁପ୍ରିମକୋର୍ଟର ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ହିଁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନୂତନ ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥାନ୍ତି।






More Stories
ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ…..
ଭାରତ ଆସିବେ ଟ୍ରମ୍ପ !…..
କୋର୍ଟରେ ହାଜର ହେଲେ ରାହୁଲ…..