Report Card Odisha

| Daily Odia News

୨୩ ରୁ ହାଇକୋର୍ଟ ବନ୍ଦ…..

ରିପୋର୍ଟ କାର୍ଡ /କଟକ

ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ କୋର୍ଟ ଖୋଲିବ। ଅବକାଶ ସମୟରେ ମେ ୨୬, ୨୯, ଜୁନ ୨, ୦୫, ୦୯ ,୧୨,୧୭ ଓ ୧୯ ତାରିଖ ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ‌ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ମେ ୨୬ରୁ ୨୯ ତାରିଖରେ ଦୁଇଜଣିଆ ଖଣ୍ଡପୀଠରେ ଜଷ୍ଟିସ କେ ଆର ମହାପାତ୍ର, ଜଷ୍ଟିସ ଏମ.ଏସ.ସାହୁ ସେହିପରି ଜଷ୍ଟିସ ଏମ ଏସ ରମଣ , ଜଷ୍ଟିସ ଏମ.ଏସ.ସାହୁ ଓ ଜଷ୍ଟିସ କେ.ଆର ମହାପାତ୍ର ଜଣିକିଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ। ସେହିପରି ଜୁନ ୨ ଓ ୫ ତାରିଖରେ ଜଷ୍ଟିସ ଏମ.ଏସ ସାହୁ ଓ ଜଷ୍ଟିସ ଏମ.ଏସ ରମଣ ଦୁଇଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରିବେ । ଅନ୍ୟପଟେ ଜଣିକିଆ ଖଣ୍ଡପୀଠରେ ଜଷ୍ଟିସ ଏମ.ଏସ ସାହୁ ଓ ଜଷ୍ଟିସ ଏମ.ଏସ ରମଣ ମାମଲାର ଶୁଣାଣି କରିବେ। ଜୁନ ୯ ତାରିଖରେ ଜଷ୍ଟିସ ଭି.ନରସିଂହ ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଦୁଇ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରିବେ । ସେହି ତାରିଖରେ ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଗୌରୀଶଙ୍କର ଶତପଥି ଓ ଜଷ୍ଟିସ ବିପି ଶତପଥି ଜଣିକିଆ ଖଣ୍ଡପୀଠ ରେ ମାମଲା ଶୁଣାଣି କରିବେ। ଜୁନ ୧୨ ତାରିଖରେ ଜଷ୍ଟିସ୍‌ ସାବିତ୍ରୀ ରଥ, ଜଷ୍ଟିସ୍‌ ଭି.ନରସିଂହ ଦୁଇ ଜଣିଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ। ସେ ଏହି ଦିନ ଜଷ୍ଟିସ୍‌ ସାବିତ୍ରୀ ରଥ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଭି.ନରସିଂହ ଓ ଜଷ୍ଟିସ ବିପି ଶତପଥି ଜଣିକିଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ। ଜୁନ ୧୭ ଓ ୧୯ ତାରିଖରେ ଜଷ୍ଟିସ୍‌ ସାବିତ୍ରୀ ରଥ, ଜଷ୍ଟିସ୍‌ ଭି.ନରସିଂହ ଦୁଇ ଜଣିଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ। ସେହିପରି ଜଷ୍ଟିସ୍‌ ସାବିତ୍ରୀ ରଥ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଭି.ନରସିଂହ ଓ ଜଷ୍ଟିସ ବିପି ଶତପଥି ଜଣିକିଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ। ଛୁଟିଦିନ ବ୍ୟତୀତ ହାଇକୋର୍ଟ ଅଫିସ ଦିନ ୧୧ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ଅବକାଶ ସମୟରେ ଜରୁରି ମାମଲାର ଶୁଣାଣି ହେବ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Breaking News