ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇ ଦଳର ପ୍ରାଥମିକ ସଦସ୍ୟତାଟାରୁ ଇସ୍ତଫା ଦେଇଛନ୍ତି। ଚିଠି ମାଧ୍ୟମରେ ଇସ୍ତଫା ଦେବା ସହ ରାଜ୍ୟସଭାକୁ ମନୋନୀତ କରିଥିବାରୁ ନବୀନଙ୍କ ନିକଟରେ ଋଣୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଓ ଜାତୀୟ ସ୍ତରରେ ଓଡ଼ିଶାର ସମସ୍ୟା ଉଠାଇବା ପାଇଁ ସୁଯୋଗ ଦେଇଥିବାରୁ ନବୀନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ତେବେ ଦଳରେ ତାଙ୍କୁ ଅପମାନିତ କରାଯାଉଥିବା ଏବଂ ଦଳରେ ତାଙ୍କର ଆବଶ୍ୟକତା ନଥିବା କଥା ଉଲ୍ଲେଖ କରି କହିଛନ୍ତି ଯେ, ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷବର୍ଷ ଧରି ଅତ୍ୟନ୍ତ ଦୃଢ଼ତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ ପଦ୍ଧତିଗତ ଭାବରେ ଅପମାନିତ କରାଯାଉଛି ଏବଂ ଦଳ ମୋ ସେବା ଆବଶ୍ୟକ କରୁ ନାହିଁ। ତେଣୁ, ମୁଁ ଜନସ୍ୱାର୍ଥ ପାଇଁ ଏହି କଠିନ ନିଷ୍ପତ୍ତି ନେଇଛି ଏବଂ ମୋର ଇସ୍ତଫା ଗ୍ରହଣ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ସେ ଚିଠିରେ ଲେଖିଛନ୍ତି।






More Stories
କାର୍ଯ୍ୟବନ୍ଦ କର…..
ବ୍ରହ୍ମପୁରରେ ପୁଣି ଏନ୍କାଉଣ୍ଟର…..
ଟ୍ରେନ୍ରେ ସେଲ୍ଫି ନେବା ବେଳେ ଜଳିଗଲେ…..