ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିବା ଦେଖାଯାଉଛି। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ସୂଚନା ଅନୁସାରେ, ରାଜ୍ୟ କ୍ୟାବିନେଟର ବରିଷ୍ଠ ସଦସ୍ୟମାନେ ମଧ୍ୟ ମନ୍ତ୍ରିମଣ୍ଡଳ ବିସ୍ତାର ସମ୍ଭାବନାକୁ ନେଇ ସଂକେତ ଦେଇସାରିଛନ୍ତି। ଏହା ଫଳରେ କେଉଁମାନେ ନୂତନ ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଓ କେହି କେହି ବଦଳି ହେବେ ସେନେଇ ଚର୍ଚ୍ଚା ଜୋର୍ ଧରିଛି।






More Stories
ପ୍ରବଳ ବର୍ଷାର ସମ୍ଭାବନା…..
ଆଉ ଜଣେ IPS ଦେଲେ ଇସ୍ତଫା…..
କ୍ରାଇମ ବ୍ରାଞ୍ଚରେ ଏଫ୍ଆଇଆର୍ ହେବ:ମୁଖ୍ୟମନ୍ତ୍ରୀ…..