ରିପୋର୍ଟ କାର୍ଡ / ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଛି। ଏହି ଘଟଣା ପ୍ରକାଶ ପାଇବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଗିରଫ ହୋଇଥିବାମାନଙ୍କ ମଧ୍ୟରେ ଫାର୍ମହାଉସ ମାଲିକ, ଜେସିବି ଡ୍ରାଇଭର ଓ ଜଗୁଆଳି ରହିଛନ୍ତି। ସୂଚନା ଅନୁଯାୟୀ, ମୃତ ହାତୀକୁ ଲୁଚାଇବା ପାଇଁ ଫାର୍ମହାଉସ ଭିତରେ ଗାଡ଼ ଖୋଳି ପୋତିଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ବନ ବିଭାଗ ଓ ପୋଲିସ ତଦନ୍ତ କରି ଘଟଣାର ସତ୍ୟତା ଜାଣିଥିଲେ। ପରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ୩ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏହି ଘଟଣାକୁ ନେଇ ବନ ବିଭାଗ ଆହୁରି ତଦନ୍ତ ଜାରି ରଖିଛି। ବନବିଭାଗ ପକ୍ଷରୁ ମାଜିଷ୍ଟ୍ରେଟ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଫାର୍ମ ହାଉସ ପରିସରରୁ ମାଟି ଖୋଳି ହାତୀର ମୃତଦେହ ଜବତ କରି ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଫାର୍ମ ହାଉସ ମାଲିକଙ୍କ ସମେତ ୩ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏପରିକି ଫାର୍ମ ହାଉସ ଚାରିପଟେ ବେଆଇନ ଭାବେ ବିଦ୍ୟୁତ୍କରଣ କରାଯାଇଥିବା ଜଣାପଡିଛି। ଏଭଳିସ୍ଥିତିରେ ହାତୀଟି ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି ।






More Stories
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..
ଜିଲ୍ଲାରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…..