ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଜୁନ୍ ୪ ତାରିଖରେ ପୋଲିସ ଭବନରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଆୟୋଜନ ହେବାକୁ ଯାଉଛି।ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇ ଉପକୂଳ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଓଡ଼ିଶା ପୋଲିସର ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମ୍ମିଳନୀର ଉଦ୍ଘାଟନ କରିବେ। ଏହି ଅବସରରେ ଓଡ଼ିଶା ପୋଲିସ, ଭାରତୀୟ ତଟରକ୍ଷୀ ବାହିନୀ, ଗୃହ ମନ୍ତ୍ରଣାଳୟ, ଇଣ୍ଟେଲିଜେନ୍ସ ବ୍ୟୁରୋ, ସିଆଇଏସଏଫ୍ ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ସମାପନୀ ଅଧିବେଶନରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଯୋଗଦେଇ ଉପକୂଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ମତ ରଖିବେ। ଏଥିରେ ସମୁଦ୍ରତଟ ସୁରକ୍ଷା, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ଇଲେକ୍ଟ୍ରୋନିକ୍ ନଜରଦାରି, ବନ୍ଦର ସୁରକ୍ଷା ଓ ମତ୍ସ୍ୟଜୀବୀମାନଙ୍କ ଭୂମିକା ଭଳି ବିଷୟ ଉପରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ଇଣ୍ଟେଲିଜେନ୍ସ ବ୍ୟୁରୋ, ଗୃହ ମନ୍ତ୍ରଣାଳୟ, ଭାରତୀୟ ତଟରକ୍ଷୀ ବାହିନୀ, ସିଆଇଏସଏଫ୍, କେରଳ ପୋଲିସ ଏବଂ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀମାନେ ବକ୍ତା ଭାବେ ଯୋଗଦେବେ। ଏହି ସମ୍ମିଳନୀରେ ବିଭିନ୍ନ ସଂସ୍ଥାର ଅଧିକାରୀମାନେ ନିଜ ଅଭିଜ୍ଞତା ଓ ମତାମତ ଉପସ୍ଥାପନ କରିବେ ଏବଂ ଉପକୂଳ ସୁରକ୍ଷାକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିବେ।






More Stories
ଏଣିକି ପିଲାଙ୍କୁ ମିଳିବ……
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..