ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ବଡ ଅଘଟଣରୁ ବର୍ତ୍ତିଲା ଦୁଇଟି ଟ୍ରେନ୍। ଗୋଟିଏ ଟ୍ରାକ୍ ରେ ୨ଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି। ଗୁରୁବାର ଝାରପଡା ବ୍ରିଜ୍ ନିକଟରେ ଏଭଳି ଅଘଟଣ ଘଟିଛି। ଫଳରେ ରେଳ ଚଳାଚଳରେ ବାଧାପ୍ରାପ୍ତ ହେବା ସହ ଅନେକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ବୋଲି ସୂଚନା ମିଳିଛି। ଭୁବନେଶ୍ୱରରେ ମୁହାଁମୁହିଁ ହୋଇଛି ୨ଟି ଟ୍ରେନ୍। ଗୋଟିଏ ଟ୍ରେନ୍ ମଞ୍ଚେଶ୍ୱରରୁ ଭୁବନେଶ୍ୱର ଷ୍ଟେସନ ଆସୁଥିବା ବେଳେ ଅନ୍ୟଟି ଭୁବନେଶ୍ୱର ଷ୍ଟେସନରୁ ସଫେଇ ପାଇଁ ମଞ୍ଚେଶ୍ୱର ଯାଉଥିଲା। ଟ୍ରେନ୍ ଟି ସଫେଇ ପାଇଁ ଯାଉଥିବା ବେଳେ ଟ୍ରେନ୍ ରେ କେହି ଯାତ୍ରୀ ନଥିଲେ। ଉଭୟ ଟ୍ରେନ୍ ର ଲୋକୋ ପାଇଲଟ୍ ସୁରକ୍ଷିତ ଅଛନ୍ତି। ଖବର ପାଇଁ ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।






More Stories
ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ…..
ତାତିରୁ ମିଳିବ ମୁକ୍ତି,ଆସୁଛି ବର୍ଷା…..
ଆସିଲା ସୌମ୍ୟ ପୋଷ୍ଟମର୍ଟମ ରିପୋର୍ଟ…..