Report Card Odisha

| Daily Odia News

ଆସିଲା ସୌମ୍ୟ ପୋଷ୍ଟମର୍ଟମ ରିପୋର୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ ରହସ୍ୟ ସାମ୍ନାକୁ ଆସିଛି। ସୌମ୍ୟଙ୍କ ମୃତଦେହ ବ୍ୟବଚ୍ଛେଦ ରିର୍ପୋଟ ଆସିଛି । ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସୌମ୍ୟଙ୍କ ଶରୀରର ୨୧ଟି ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଏହାସହ ସୌମ୍ୟଙ୍କୁ କଠିନ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ ମଧ୍ୟ କରାଯାଇଛି। ସୌମ୍ୟ ନିଶା ଦ୍ରବ୍ୟ ସେବନ କରିଥିଲେ କି ନାହିଁ ତାହା ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇ ପୋଲିସକୁ ଦିଆଯାଇଛି।ସୂଚନା ଯୋଗ୍ୟ,ଗତ ମେ ୭ରେ ଗାଡ଼ି ଦୁର୍ଘଟଣା ଓ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆଣି ସୌମ୍ୟଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସୌମ୍ୟଙ୍କ ପରିବାର ପ୍ରଥମରୁ ଅଭିଯୋଗ କହିଥିଲେ। ଏନ୍‌ଏଚ୍‌ଆର୍‌ସି ଟିମ୍ ଆଗରେ ମଧ୍ୟ ସୌମ୍ୟଙ୍କ ମାଆ ପୁଅକୁ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ବୟାନ ରଖିଥିଲେ। ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଏବେସୁଦ୍ଧା ୧୮ ଅଭିଯୁକ୍ତ ଗିରଫ ହୋଇଛନ୍ତି।

Breaking News