ରିପୋର୍ଟ କାର୍ଡ / ଭୁବନେଶ୍ୱର
କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତଦେହ ମିଳିବା ଘଟଣାରେ ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ଗିରଫ କରିଛି ପୋଲିସ। ମୟୂରଭଞ୍ଜ ବିଶୋଇ ଥାନା ଅଞ୍ଚଳରୁ ଭୀମସେନ ଟୁଡୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଅଭିଯୁକ୍ତକୁ ଗିରଫ କରି ମୟୂରଭଞ୍ଜରୁ ରାତିରେ ଆଣି ବାରଙ୍ଗ ଥାନାକୁ ଅଣାଯାଇଛି। ମୃତଦେହ ମିଳିବା ପରଠୁ ଫେରାର୍ ଥିଲେ ଭୀମସେନ ଟୁଡୁ। ଗିରଫ ଭୟରେ ହାଇକୋର୍ଟରେ ଜାମିନ ଆବେଦନ ମଧ୍ୟ କରିଥିଲେ ପୁରୁଷବନ୍ଧୁ ଭୀମସେନ ଟୁଡୁ।ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିସିପିଙ୍କ ପ୍ରତିକ୍ରିୟା। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି ଡିସିପି ସୂଚନା ଦେଇଛନ୍ତି। ପୁରୁଷବନ୍ଧୁଙ୍କୁ ପାଖରୁ ଲାପଟପ୍, ଟାବଲେଟ୍ ଜବତ ହୋଇଛି, ହ୍ବାଟସ୍ ଆପ୍ ତଥ୍ୟ ବି ମିଳିଛି ବୋଲି ଡିସିପି ସୂଚନା ଦେଇଛନ୍ତି। ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଭୀମସେନଙ୍କୁ ଫୋନ୍ କରିଥିଲେ, କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ଅନ୍ୟ ଜଣଙ୍କ ନମ୍ବରରୁ ବି ଚନ୍ଦ୍ରିକା କଲ୍ କରିଥିଲେ, କିନ୍ତୁ ତାହା ବି ଉଠାଇ ନଥିଲେ। ଆବଶ୍ୟକ ହେଲେ ଭୀମସେନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବୁ ବୋଲି ଡିସିପି ସୂଚନା ଦେଇଛନ୍ତି।






More Stories
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……