ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ମହାମାରୀ ମଧ୍ୟରେ ଟିକା ବିତରଣରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଭାରତ ନିଜ ଲୋକଙ୍କୁ ଯେତିକି ଟିକା ବଣ୍ଟନ କରିଛି ତାଠାରୁ ଢେର୍ ଅଧିକ ଟିକା ବିଶ୍ବକୁ ବିତରଣ କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ଡେପୁଟି ପ୍ରତିନିଧୀ କେ ନାଗରାଜ ନାଇଡୁ କହିଛନ୍ତି ଯେ ଟିକା ବିତରଣରେ ଭିନ୍ନତା ହେତୁ କରୋନାକୁ ପରାସ୍ତ କରିବା ପାଇଁ ବିଶ୍ୱସ୍ତରୀୟ ସଂକଳ୍ପ ପୂରଣ କରିବା କଷ୍ଟକର ହେବ। ସମଗ୍ର ବିଶ୍ୱରେ ଟିକା ବଣ୍ଟନକୁ ଭାରତ ସମାନ ପ୍ରାଥମିକତା ଦେଇଛି। ମିଳିତ ଜାତିସଂଘର ୧୮୧ ସଦସ୍ୟ ଦେଶ ଦ୍ୱାରା ଭାରତର ଏହି ଅଭିଯାନକୁ ସମର୍ଥନ କରାଯାଇଛି। ସ୍ଥାୟୀ ଡେପୁଟି ପ୍ରତିନିଧୀ ପ୍ରକାଶ କରିଛନ୍ତି ଯେ ଟିକା ବଣ୍ଟନରେ ଭାରତ ଆଗରେ ରହିଛି। ଭାରତ ନିଜ ଲୋକଙ୍କୁ ଏହି ଟିକା ବ୍ୟତୀତ ୭୦ ଟି ଦେଶକୁ ଏହି ଟିକା ଯୋଗାଉଛି। ଜାତିସଂଘରେ ଶାନ୍ତି ରକ୍ଷାକାରୀଙ୍କ ସଂଖ୍ୟା ୮୫୭୮୨ ଅଟେ। ଶାନ୍ତି ରକ୍ଷା ପାଇଁ ଭାରତର ସର୍ବାଧିକ ଅବଦାନ ରହିଛି ଏବଂ ଏଥିରେ ପାଞ୍ଚ ହଜାର ଭାରତୀୟ ସୈନିକ କାର୍ଯ୍ୟ କରୁଛନ୍ତି।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……