ରିପୋର୍ଟ କାର୍ଡ / ପୁରୀ
ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ସମ୍ମୁଖରେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ। ଆଜି ମହାପ୍ରଭୁଙ୍କର ଦୁର୍ଲ୍ଲଭ ସୁନାବେଶ | ସନ୍ଧ୍ୟା ୫ ଟାରେ ମହାପ୍ରଭୁଙ୍କର ରାଜରାଜେଶ୍ୱର (ସୁନା)ବେଶ ଅନୁଷ୍ଠିତ ହେବ |ମହଣ ମହଣ ସୁନା ପିନ୍ଧି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ଶନିବାର ମହାପ୍ରଭୁଙ୍କ ହରିଶୟନ ଏକାଦଶୀ ନୀତି। ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସ୍ଵତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ ହୋଇଛି






More Stories
୩୦ ଯାଏଁ ବର୍ଷୀବ…..
ରବନୀତ ସିଂ ବିଟ୍ଟୁଙ୍କ ଇସ୍ତଫା…..
କାଲି ପୁଣି ସିଜେପି ସହ ବୈଠକ,‘୩ ଦାବି,୫ ପ୍ରସ୍ତାବ ମିଳିଛି’,……