Report Card Odisha

| Daily Odia News

ସିଂହଦ୍ବାର ସମ୍ମୁଖରେ ତିନି ରଥ,ଆଜି ସୁନା ବେଶ…..

ରିପୋର୍ଟ କାର୍ଡ / ପୁରୀ

ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ସମ୍ମୁଖରେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ। ଆଜି ମହାପ୍ରଭୁଙ୍କର ଦୁର୍ଲ୍ଲଭ ସୁନାବେଶ | ଶନିବାର ମହାପ୍ରଭୁଙ୍କ ହରିଶୟନ ଏକାଦଶୀ ନୀତି। ରଥ ଉପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ଓ ଏକାଦଶୀ ସର୍ବାଙ୍ଗ ନୀତି କରାହେବ | ଏହ ପରେ ଅପରାହ୍ଣ ୫ଟାରୁ ୬ଟା ୩୦ ମଧ୍ୟରେ ମହାପ୍ରଭୁଙ୍କର ରାଜରାଜେଶ୍ୱର (ସୁନା)ବେଶ ଅନୁଷ୍ଠିତ ହେବ | ରାତି ୧୦ଟା ଠାରୁ ୧୧ଟା ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ସୁନାବେଶ ମଇଲମ କରାଯିବ। ମହଣ ମହଣ ସୁନା ପିନ୍ଧି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସ୍ଵତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ ହୋଇଛି

Breaking News