Report Card Odisha

| Daily Odia News

ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଟ୍‌ ପେପର୍‌ ଲିକ୍‌କୁ ନେଇ ସିଜେପି ଦୀର୍ଘଦିନ ଧରି ଆନ୍ଦୋଳନ କରୁଥିଲା। ଯାହାକୁ ନେଇ କେନ୍ଦ୍ର ସରକାର ଚାପରେ ଥିଲେ। ସରକାର ବୁଝାଇବା ପରେ ମଧ୍ୟ ସିଜେପି ଓ ଛାତ୍ରମାନେ ବୁଝି ନ ଥିଲେ। ଯାହାଦ୍ୱାରା ଧର୍ମେନ୍ଦ୍ର ପ୍ରଧାନ ଚାପରେ ରହି ଇସ୍ତଫା ଦେଇଛନ୍ତି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଅଭିଜିତ୍ ଦୀପକେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରଧାନଙ୍କ ଇସ୍ତଫା ଉପରେ ଅଭିଜିତ୍ ଦୀପକେ କହିଛନ୍ତି ଯେ, “ଦୁନିଆ ନଇଁଥାଏ, ବସ୍ ନୁଆଁଇବା ବାଲା ଦରକାର।” CJP ଫାଉଣ୍ଡର କହିଛନ୍ତି, “କୁହାଯାଉଥିଲା ଯେ ଏହି ସରକାରରେ ଇସ୍ତଫା ହୁଏନାହିଁ। କିନ୍ତୁ ଇସ୍ତଫା ହୋଇଛି। କହୁଥିଲେ, କେତେ ଦିନ ବସିବ? ୩୬ ଦିନ ଧରି ପ୍ରତିଦିନ ମୋତେ ପ୍ରଶ୍ନ ପଚରାଯାଉଥିଲା ଯେ ଇସ୍ତଫା ହେବନାହିଁ। କିନ୍ତୁ ସରକାର ନଇଁଗଲେ। କ’ଣ କହୁଥିଲେ ଯେ କ୍ରାନ୍ତି ହେବନାହିଁ? କିନ୍ତୁ କ୍ରାନ୍ତି ହୋଇଗଲା।” ଅଭିଜିତ୍ ଦୀପକେ ଏବଂ ତାଙ୍କ ସମର୍ଥକମାନେ ଦିଲ୍ଲୀର ଜନ୍ତର-ମନ୍ତରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର ଉତ୍ସବ ପାଳନ କରୁଛନ୍ତି। ଆନ୍ଦୋଳନ ସ୍ଥଳରେ ଖୁସିର ପରିବେଶ ରହିଛି। ଅଭିଜିତ୍ ଦୀପକେ ଜନ୍ତର-ମନ୍ତରରୁ କହିଛନ୍ତି, “ମୁଁ ଯେତେବେଳେ ଆମେରିକାରୁ ବାହାରିଥିଲି, ସେତେବେଳେ କୁହାଯାଉଥିଲା ଯେ କ’ଣ ହେବ। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଲା।” ଅଭିଜିତ୍ ଦୀପକେ ଏବଂ ତାଙ୍କ ସହଯୋଗୀମାନେ ବର୍ତ୍ତମାନ ଜନ୍ତର-ମନ୍ତରରେ ଖୁସି ମନାଉଛନ୍ତି। ଏହା ପୂର୍ବରୁ ପ୍ରଧାନ ଇସ୍ତଫା ସହିତ ଏକ ଚିଠି ମଧ୍ୟ ସେୟାର କରିଛନ୍ତି।

Breaking News