ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ମୁଖ୍ୟ ଅଭିଜିତ୍ ଦୀପ୍କେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ କାହାକୁ ଡରିବାର ନାହିଁ, ସ୍ବର ଉଠିଲେ ସମସ୍ତେ ଲାଇନ୍ରେ ରହିବେ। ଧର୍ମେନ୍ଦ୍ରଙ୍କ ଇସ୍ତଫା ଦ୍ୱାରା ଆମର ଗୋଟିଏ ଦାବି ପୂରଣ ହୋଇଛି। ଖାଲି ଧର୍ମେନ୍ଦ୍ରଙ୍କ ଇସ୍ତଫା ଚଳିବ ନାହିଁ, ଆମର ଆଉ ଦୁଇଟି ଦାବି ସରକାରଙ୍କୁ ପୂରଣ କରିବାକୁ ହେବ। ଆତ୍ମହତ୍ୟା କରିଥିବା ଶିକ୍ଷାର୍ଥୀଙ୍କ ପରିବାରକୁ ୧ କୋଟି ଲେଖାଏ ସହାୟତା ଦେବା ସହ ଜୁଲାଇ ୨୦ରେ ମାଡ଼ ମାରିଥିବା ପୋଲିସ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆମର ଦାବି ରହିଥିବା ଅଭିଜିତ୍ କହିଛନ୍ତି।






More Stories
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..
ଧର୍ମେନ୍ଦ୍ର ପ୍ରଧାନ ଦେଲେ ଇସ୍ତଫା…..
ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବପିଢ଼ିଙ୍କ ସହ ଯୋଡ଼ିହୁଅନ୍ତୁ…..