ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ। ଏହାକୁ ନେଇ ଦେଶ ବିଦେଶର ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଆଗନ୍ତୁକ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ ଗୁପ୍ତି, ଖୋଳା ଘାଟ ସହିତ ଜାତୀୟ ଉଦ୍ୟାନ ମୁଖ୍ୟଦ୍ୱାର ନିକଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିରରକନିକା ଜାତୀୟ ଉଦ୍ୟାନ ଭିତରେ ପ୍ରବାହିତ ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ମିଳନ ପର୍ବ ଓ ପରେ ମା’ କୁମ୍ଭୀର ବସା ବାନ୍ଧି ଅଣ୍ଡା ଦେବାର ପ୍ରକୃତିଗତ ନିୟମ ଚାଲିଥିବାରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପରିଭ୍ରମଣକୁ ବନ୍ଦ ରଖାଯାଇଥିଲା। ଏହି ସମୟରେ ମାଈ ଓ ଅଣ୍ଡିରା କୁମ୍ଭୀର ହିଂସ୍ର ହୋଇଥାନ୍ତି। ଏହାଛଡା ସେମାନଙ୍କ ପ୍ରଜଜନ କ୍ରିୟା, ପ୍ରକ୍ରିୟାରେ ବାହ୍ୟ ଶତ୍ରୁଙ୍କୁ ସେମାନେ ସହ୍ୟ କରି ନ ପାରି ହଠାତ୍ ଆକ୍ରମଣ କରିଥାନ୍ତି






More Stories
ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ….
ପୁଣି ବଢିବ ବର୍ଷାର ପରିମାଣ…..
ମହାନଦୀର ଜଳସ୍ତର ବଢୁଛି…..