Report Card Odisha

| Daily Odia News

ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଭୟଙ୍କର ରୂପ ନେଇଛି | ଉତ୍ତର ଓଡ଼ିଶା ବନ୍ୟା ଯୋଗୁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଘୋର ପ୍ରଭାବିତ ହୋଇଥିବା ବେଳେ ମହାନଦୀରେ ଏବେ ବଡ଼ ବନ୍ୟା ସ୍ଥିତି ଉପୁଜିଛି। ହୀରାକୁଦର ୨୨ ଗେଟ୍‌ ଖୋଲାଯିବା ପରେ କଟକ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାକୁ ବନ୍ୟାଜଳ ବହୁଳମାତ୍ରାରେ ପ୍ରବେଶ କରୁଛି। ଅଦ୍ୟାବଧି ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ତଳମୁଣ୍ଡରେ ବନ୍ୟାଜଳ ପହଞ୍ଚତ୍ଲା ବେଳକୁ ପ୍ରଭାବିତଙ୍କ ସଂଖ୍ୟା ଢେର ବଢ଼ିବାର ଆଶଙ୍କା ସୃଷ୍ଟି ହେଲାଣି। ବନ୍ୟା ସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଆକାଶମାର୍ଗରୁ ଅନୁଧ୍ୟାନ କରିବାର କାର୍ଯ୍ୟସୂଚୀ ରହିଛି।

Breaking News