ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ହୁହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ | ଏହା ଭିତରେ କରୋନା ସଂକ୍ରମଣ ରୋକିବାକୁ ଗୋଆ ସରକାର ଗୋଆରେ ୧୪୪ ଧାରା ଜାରି କରିଛନ୍ତି । ଆଗକୁ ଗୋଆରେ ହୋଲି ଇଦ୍ ଓ ଇଷ୍ଟର ପର୍ବ ପାଳନ ହେବ । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ ହୋଇଥିବା ନେଇ ଜଣା ପଡିଛି। ହୋଲି, ଇଦ୍-ଉଲ୍-ଫିତର ପାଳନ ଉପରେ କଟକଣା ଲଗାଯାଇଛି। ସର୍ବସାଧାରଣ ସ୍ଥଳରେ ପର୍ବ ପାଳନକୁ ଅନୁମତି ଦିଆଯାଇନାହିଁ। ସର୍ବସାଧାରଣରେ ଉତ୍ସବ ପାଳନ ଓ ଭିଡ଼ ନ କରିବାକୁ ଉତ୍ତର ଗୋଆର ଜିଲ୍ଲାପାଳ ଅଜିତ ରାୟ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଗୋଆରେ ସୋମବାର ହୋଲି ପାଳନ ହେବ । ଆଜି ସବ୍-ଇ-ବରାତ ପାଳନ ହେଉଥିବା ବେଳେ ଏପ୍ରିଲ ୪ ତାରିଖରେ ପାଳନ ହେବ ଇଷ୍ଟର |






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..