ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବାଣିଜ୍ୟ ଓ ପରିବହନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଦେବଦତ୍ତ ସୁରଞ୍ଜିତା ଜେନାଙ୍କୁ ଶକ୍ତି ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ ରଶ୍ମିରଞ୍ଜନ ନାୟକଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସହିତ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ଭାବେ ନିଯୁକ୍ତ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।ସେହିପରି ଶକ୍ତି ବିଭାଗର ଅତିରିକ୍ତ ସଚିବ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ରାଜ୍ୟ ସୂଚନା କମିଶନରେ ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ନିରୁପମା ସ୍ବାଇଁଙ୍କୁ କଟକସ୍ଥିତ ରାଜସ୍ବ ପର୍ଷଦର ଅତିରିକ୍ତ ସଚିବ, ସବିତା ମଲ୍ଲିକଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, ଅନାମିକା ଅଧିକାରୀଙ୍କୁ କୃଷି ବିଭାଗ ଯୁଗ୍ମ ସଚିବ, ଦେବାଶିଷ ପାତ୍ରଙ୍କୁ ପିସିସିଏଫ୍ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।ସେହିପରି ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ଏକ ବିଜ୍ଞପ୍ତିନାମାରେ ଗଜପତି ଜିଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରବୀନ୍ଦ୍ରନାଥ କହଁରଙ୍କୁ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲାପାଳ(ଏଡିଏମ୍) ଭାବେ ନିଯୁକ୍ତ କରାଯାଇଛି।






More Stories
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..
ଭୁବନେଶ୍ୱରରେ ରାଷ୍ଟ୍ରପତି……