Report Card Odisha

| Daily Odia News

ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ଅଛନ୍ତି ରାଷ୍ଟ୍ରପତି । ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ପେଶାଲ୍ ଟ୍ରେନରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଟ୍ରେନରେ ସ୍ମାର୍ଟ ସିଟି ଭୁନେଶ୍ୱରରୁ ସିଲ୍କସିଟି ବ୍ରହ୍ମପୁରକୁ ଯିବେ ରାଷ୍ଟ୍ରପତି I ସେଥିପାଇଁ ଦିଲ୍ଲୀରୁ ଆସି ଭୁବନେଶ୍ବର ରେଳ ଷ୍ଟେସନରେ ଏହି ସ୍ବତନ୍ତ୍ର ଟ୍ରେନ ପହଞ୍ଚିଛି। ଏହି ଟ୍ରେନ୍ ଦୁଇ ଘଣ୍ଟା ୧୦ ମିନିଟ ସମୟ ନେବ ।ତେବେ ରାଷ୍ଟ୍ରପତିଙ୍କ ଟ୍ରେନକୁ ଦୁଇଟି ଟ୍ରେନ୍ ପାଇଲଟ୍ କରି ନେବ। ଟ୍ରେନ ଯିବା ବେଳେ ସେ ରୁଟରେ ଅନ୍ୟ କୌଣସି ଟ୍ରେନ ଯିବ ନାହିଁ । ଏହି ଟ୍ରେନରେ ରାଷ୍ଟ୍ରପତି ଯିବା ବେଳେ ଚିଲିକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ଓଭରବ୍ରିଜ ଗୁଡ଼ିକରେ ଯାତାୟାତ ବନ୍ଦ ରହିବ। ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେସନରୁ ବ୍ରହ୍ମପୁର ଅଭିମୁଖେ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରିଛନ୍ତି । ବ୍ରହ୍ମପୁରରେ ୧୧ଟା ୧୦ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି |

Breaking News