ରିପୋର୍ଟ କାର୍ଡ / ରାଞ୍ଚି
ଚାକିରି ଦେବାକୁ କହି ରାଜୀବ ମହିଳାଙ୍କୁ କଥାବାର୍ତ୍ତା ହେବା ପାଇଁ ଘରକୁ ଡାକୁଥିଲେ। ଏହାପରେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ନିର୍ଯାତନା ଦେଉଥିବାନେଇ ଅଭିଯୋଗ ହୋଇଛି | ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଏସବୁ ଭିଡ଼ିଓ ମଧ୍ୟ ସେ କରୁଥିଲେ। ପରବର୍ତ୍ତୀ ସମୟରେ ଭିଡ଼ିଓକୁ ନେଇ ରାଜୀବ ସମ୍ପୃକ୍ତ ମହିଳାଙ୍କୁ ବ୍ଳାକ୍ମେଲ କରୁଥିଲେ। ୧୨ରୁ ଅଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିବା ପରେ ପୋଲିସକୁ ଏନେଇ ଖବର ମିଳିଥିଲା। ଏସମ୍ପର୍କରେ ଖବର ମିଳିବା ପରେ ମହିଳା ଥାନାରେ ଏକ ମାମଲା ଦାଏର ହୋଇଥିଲା। ଥାନାରେ ମାମଲା ଦାଏର ହେବା ପରେ ରାଜୀବ ଫେରାର ହୋଇଯାଇଥିଲେ। ରାଜୀବଙ୍କୁ ଗିରଫ କରାଯାଇ ପଚରା ଉଚରା କରାଯାଉଥିବା ଏସ୍ପି ଶମ୍ସ୍ ତବରେଜ୍ ସୂଚନା ଦେଇଛନ୍ତି। ତାଙ୍କ ପାଖରୁ ଲ୍ୟାପଟପ୍, ସିଡ଼ି, ପେନ୍ ଡ୍ରାଇଭ୍ ଏବଂ କେତେକ ମୋବାଇଲ୍ ଜବତ କରାଯାଇଛି। ଏହାର ତଦନ୍ତ ଜାରି ରହିଛି।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..