ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଧେତାପଲ୍ଲୀ ଗ୍ରାମରେ ରବିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ ପରିବାରର ୩୬ ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଠାକୁରଙ୍କ ପାଇଁ ଲାଗିଥିବା ଦୀପର ସଳିତାକୁ କାଉ ନେଇ ଚାଳରେ ପକାଇ ଦେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବରପାଇ ସୋରଡ଼ାର ଅଗ୍ନିଶମ କର୍ମଚାରୀ ୨ଟି ଗାଡ଼ିସହ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କ୍ଷୟକ୍ଷତି ଆକଳନ ପାଇଁ ତହସିଲ ପକ୍ଷରୁ ରାଜସ୍ବ ନିରୀକ୍ଷକ ପହଞ୍ଚିଛନ୍ତି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..