Report Card Odisha

| Daily Odia News

ଚଳିତ ବର୍ଷ ଫିକାପଡ଼ିଲା ହୋଲି, ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରଙ୍ଗର ପର୍ବ ହୋଲି । ଏହି ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ତେବେ କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି । ନିଜ ନିଜ ଘରେ ରହି ହୋଲି ପାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ଭିତରେ ହୋଲି ପାଳିବାକୁ ସରକାର ଦେଇଛନ୍ତି ପରାମର୍ଶ । ବାହାରକୁ ଯିବା ନାହିଁ, କାହାରିକୁ ସ୍ପର୍ଶ କରିବା ନାହିଁ । ଦୂରତା ରକ୍ଷା କରି ହୋଲି ପାଳନ କରିବ। ଭଲଭାବେ ସାବୁନରେ ହାତ ଧୋଇବା ଓ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଖ ସମୃଦ୍ଧି କାମନା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଖୁସି ଆଣିଦେଉ, ଏଥିସହ ନୂଆ ଆଶା ସଂଚାର ହେଉ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ରଙ୍ଗର ଏହି ପର୍ବ ସଭିଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଦେଉ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ହୋଲି ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷେ ସମସ୍ତଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

 

 

Breaking News