ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଦେଶୀ ଅନୁଦାନ (ପରିଚାଳନା) ସଂଶୋଧନ ବିଲ୍ ତଥା ଏଫସିଆରଏକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ବିରୋଧ କରୁଛନ୍ତି। ଏଭଳି ସ୍ଥିତିର ଅଧିକ ଯାଞ୍ଚ ପାଇଁ ବିଲ୍କୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବା ନିମନ୍ତେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ପ୍ରସ୍ତାବିତ ଜେପିସିରେ ମୋଟ ୩୧ ଜଣ ସଦସ୍ୟ ରହିବେ। ଏଥିରେ ଲୋକସଭାରୁ ୨୧ ଜଣ ଓ ରାଜ୍ୟସଭାରୁ ୧୦ ଜଣ ସଦସ୍ୟ ସାମିଲ ହେବେ। ଶୀତ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନ ସୁଦ୍ଧା ଏହା ଉପରେ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିିଜିଜୁ କହିଛନ୍ତି ଯେ ଉପଯୁକ୍ତ ଆଇନଗତ ବ୍ୟବସ୍ଥା ବିନା ବିଦେଶୀ ପାଣ୍ଠିକୁ ଅନୁମତି ଦିଆଯିବ ନାହିଁ। ଏହି ବିଲକୁ ନେଇ ବିରୋଧୀ ବିଭ୍ରାନ୍ତିକର ସୂଚନା ପ୍ରଚାରପ୍ରସାର କରୁଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ବିଲକୁ ଜେପିସି ପଠାଇବା ପ୍ରସ୍ତାବକୁ କଂଗ୍ରେସ ନେତା କେସି ବେଣୁଗୋପାଳ ବିରୋଧ କରିଛନ୍ତି। ଆରଏସଏସ ପାଣ୍ଠି ଗ୍ରହଣ କରୁଥିବାବେଳେ ସଂଖ୍ୟାଲଘୁଙ୍କୁ ନିଶାଣ କରାଯାଉଥିବା ସେ ଅଭିଯୋଗ ଲଗାଇଛନ୍ତି। ଏହି ବିଲ୍ ପ୍ରତ୍ୟାହାର ପାଇଁ ବିରୋଧୀ ଦାବି କରି ଆସୁଛନ୍ତି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..