ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର କ୍ୟାପ୍ଟେନଙ୍କ ଡୋପ୍ ଟେଷ୍ଟ ପଜିଟିଭ୍ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ସମସ୍ତ ପାଇଲଟଙ୍କର ବାଧ୍ୟତାମୂଳକ ଡୋପ୍ ଟେଷ୍ଟ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ୧୩ ଅଗଷ୍ଟରୁ ହିଁ ସ୍କ୍ରିନିଂ ଆରମ୍ଭ ହୋଇଛି।ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଡିଜିସିଏ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟାମକ ନିୟମକୁ କମ୍ପାନୀ ପାଳନ କରୁଛି। ତେବେ ବିମାନ ସୁରକ୍ଷା ଓ ପେସାଦାରିତାର ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ବର୍ତ୍ତମାନର ବ୍ୟବସ୍ଥାଠାରୁ ଆହୁରି ଆଗକୁ ଯିବା ଆବଶ୍ୟକ ବୋଲି କମ୍ପାନୀ ଅନୁଭବ କରିଛି। ଏହି କାରଣରୁ ନିଷିଦ୍ଧ ପଦାର୍ଥ କିମ୍ବା ଅନୁମତି ନଥିବା ଔଷଧ ସେବନ ନେଇ ସମସ୍ତ ପାଇଲଟଙ୍କର ସମ୍ପୂର୍ଣ୍ଣ ସ୍କ୍ରିନିଂ କରାଯିବ।ଗୁରୁଗ୍ରାମ ଏକାଡେମୀରେ ପ୍ରଶିକ୍ଷଣ ସମୟରେ, ଉଡ଼ାଣ ପରେ ଏୟାର ଇଣ୍ଡିଆର ଫ୍ଲାଇଟ୍ ବ୍ରିଫିଂ ସେଣ୍ଟର ଓ କାର୍ଯ୍ୟାଳୟରେ ଏହି ପରୀକ୍ଷା କରାଯିବ। ସମ୍ପୃକ୍ତ ପାଇଲଟଙ୍କ ବେସ୍ରେ ମଧ୍ୟ ସ୍କ୍ରିନିଂ କରାଯିବ ବୋଲି କମ୍ପାନୀ ସୂଚନା ଦେଇଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..