Report Card Odisha

| Daily Odia News

ଚମୋଲି ଟନେଲ ଟ୍ରାଜେଡି : ୭ ଶ୍ରମିକ ମୃତ,୧୪ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରବଳ ବର୍ଷା ମଧ୍ୟରେ ଉତ୍ତରାଖଣ୍ଡର ଚମୋଲିରେ ତେହରି ହାଇଡ୍ରୋ ଡେଭେଲପମେଣ୍ଟ କର୍ପୋରେସନ (ଟିଏଚଡିସି)ର ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ଗୁରୁବାର ଅଚାନକ ପାଣି ଧସେଇ ପଶିଛି। ଏଥିଯୋଗୁ ଟନେଲରେ କାମ କରୁଥିବା ୭ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ନିଖୋଜ ଅଛନ୍ତି। ଏହାସହ୧୪ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସେଠାରେ ୨୨ ଶ୍ରମିକ ଫସି ରହିଥିଲେ। ପ୍ରଥମେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ଜଣେ ଶ୍ରମିକଙ୍କୁ ଖୋଜି ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ସୂଚନା ଅନୁସାରେ, ଏହି ଦୁର୍ଘଟଣା ସନ୍ଧ୍ୟା ସମୟରେ ଘଟିଥିଲା । ହଠାତ୍ ଆବର୍ଜନା ଭର୍ତ୍ତି ପାଣି ସୁଡ଼ଙ୍ଗ ଭିତରକୁ ମାଡ଼ି ଯାଇଥିଲା। ଏ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚିନ୍ତା ପ୍ରକଟ କରିବା ସହ ଏନଡିଆରଏଫ୍,ଏସଡିଆରଏଫ୍ ଟିମକୁ ତ୍ବରିତ ଭିତ୍ତିରେ ଉଦ୍ଧାରକାର୍ଯ୍ୟ କରିବାକୁ କହିଛନ୍ତି।

Breaking News