ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । କରୋନା ସଂକ୍ରମକୁ କମ କରିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି । କରୋନା ମାମଲା ନିୟନ୍ତ୍ରଣ କମ କରିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଡିଜିସିଏ ଚେତାବନୀ ଜାରି କରିଛି ଯେ ବିମାନବନ୍ଦରରେ କରୋନା ନିୟମ ଉଲଙ୍ଘନ କରୁଥିବା ଧରାପଡ଼ିଲେ ଜରିମାନା ଲଗାଯିବ। ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ବିମାନବନ୍ଦରରେ ଦୃଢ ଗାଇଡଲାଇନ ଜାରି କରାଯାଇଛି ଏବଂ ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଉଛି। ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ କହିଛନ୍ତି ଯେ, ଯଦି କେହି ଯାତ୍ରୀ କୋଭିଡ-୧୯ ନିୟମ ଉଲଙ୍ଘନ କରୁଥିବା ଧରାପଡେ ତାହେଲେ ତାଙ୍କୁ ଅନ୍ ସ୍ପଟ୍ ଜରିମାନା ଲଗାଇବାକୁ ବିଚାର କରାଯିବ। ଡିଜିସିଏ କହିଛି ଯେ କିଛି ବିମାନବନ୍ଦରରେ କରୋନା ନିୟମ ଠିକ ଭାବେ ପାଳନ ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ଏହିଭଳି ପଦକ୍ଷେପ ନେବାକୁ ବିଚାର କରୁଛି। ଡିଜିସିଏ ସମସ୍ତ ଏୟାରଲାଇନ୍ସକୁ ସୁନିଶ୍ଚିତ କରିବାକୁ କହିଛି ଯେ ଯାତ୍ରୀଙ୍କୁ ବିମାନବନ୍ଦରରେ ଫେସ ମାସ୍କ ପିନ୍ଧିବାକୁ ସଚେତନ କରନ୍ତୁ ଏବଂ ସାମାଜିକ ଦୂରତା ପାଳନ କରନ୍ତୁ। କରୋନା ଉପରେ ଶୀଘ୍ର ନିୟନ୍ତ୍ରଣ ପାଇବାକୁ କେନ୍ଦ୍ର ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି ଏବଂ କରୋନା ନିୟମ କଡାକଡି କରିଛନ୍ତି।






More Stories
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ଶୁଭେନ୍ଦୁ…..
ଟିଏମସି ନେତାଙ୍କୁ ଗିରଫ କଲା ଇଡି…..