ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍ଓ୍ବାଇସିଏସ୍) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦପାଳ ହେଉଛ । ତେଣୁ ଏହି ସମୟରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ନିବେଦନ କରାଯାଇଛି। ଏଥିରେ ଛାତ୍ର ସମାଜ ସହିତ କୃଷକ, ଶ୍ରମିକ, ବୁଦ୍ଧିଜୀବୀ ସବୁ ବର୍ଗର ଲୋକ ସାମିଲ ହୋଛନ୍ତି l ନବ ନିର୍ମାଣ କୃଷକ ସଂଗଠନ ଏବଂ ଯୁବ ଛାତ୍ର ସଂଗଠନ ସୂଚନା ଦେଇଛନ୍ତି। କହିଛନ୍ତି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ୬ ଦଫା ଦାବିରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ୪୧ ଦିନର ସତ୍ୟାଗ୍ରହ ଏବଂ ସଂଗଠନର ପ୍ରତିଷ୍ଠାତାଙ୍କ ଅନିର୍ଦ୍ଦିଷ୍ଟକାଳ ଅନଶନ ମଙ୍ଗଳବାର ୨୪ ଦିନରେ ପହଞ୍ଚତ୍ଛି। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ୧୬୭୮ଟି ଭୁଲ୍ ଥିବା ମୁଖ୍ୟମନ୍ତ୍ରୀ ନିଜେ ସ୍ବୀକାର କରିଛନ୍ତି। ଏହାସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନ ନେଇ ଅନ୍ଧ, ମୂକ, ବଧିର ପରି ବସି ରହିଛନ୍ତି। ସେହିପରି ଅତିଶୀଘ୍ର ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ, ନଚେତ୍ ଜନଆନ୍ଦୋଳନ ମାଧ୍ୟମରେ ସଡ଼କ ରାଜନୀତି ହିଁ ତାଙ୍କୁ ରାସ୍ତା ଦେଖାଇବ ବୋଲି ଅକ୍ଷୟ ଚେତାବନୀ ଦେଇଛନ୍ତି।






More Stories
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ….
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..