ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି ଜଟିଳ ଆଡକୁ ଗତି କରୁଛି | ୬ଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମୋଟ ନୂଆ କରୋନା ସଂକ୍ରମଣର ୭୯.୬୪% ଏହି ଛଅଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । ନୂଆ ୫୬ ହଜାର ୨୧୧ଟି ସଂକ୍ରମଣ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୩୧ ହଜାର ୬୪୩ ମାମଲା ଚିହ୍ନଟ କରାଯାଇଥିବା ବେଳେ ପଞ୍ଜାବରୁ ୨ ହଜାର ୮୬୮, କର୍ଣ୍ଣାଟକରୁ ୨ ହଜାର ୭୯୨, ମଧ୍ୟପ୍ରଦେଶରୁ ୨ ହଜାର ୩୨୩, ତାମିଲନାଡ଼ୁରୁ ୨ ହଜାର ୨୭୯ ଓ ଗୁଜୁରାଟରୁ ୨ ହଜାର ୨୫୨ ଜଣ ଚିହ୍ନଟ ହୋଇଛନ୍ତି। ଟିକାକରଣର ୭୪ ଦିନ ସୁଦ୍ଧା ଅର୍ଥାତ ମାର୍ଚ୍ଚ ୩୦ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୧୦,୦୭,୦୯୧ ସେସନରେ ଦେଶବ୍ୟାପୀ ୬ କୋଟି ୨୪ ଲକ୍ଷ ୮ ହଜାର ୩୩୩ ଜଣଙ୍କୁ ଟିକାକରଣ କରାଯାଇଛି। ଏଥି ମଧ୍ୟରେ ୮୨ ଲକ୍ଷ ୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ, ୫୨ ଲକ୍ଷ ୭ ହଜାର ୩୬୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ, ୯୦ ଲକ୍ଷ ୮ ହଜାର ୯୦୫ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଓ ୩୭ ଲକ୍ଷ ୭୦ ହଜାର ୬୦୩ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି। ଅନ୍ୟପକ୍ଷରେ ୪୫ର ୫୯ ବର୍ଷ ମଧ୍ୟରେ ବହୁବିଧ ରୋଗରେ ପୀଡିତ ୭୧ ଲକ୍ଷ ୫୮ ହଜାର ୬୫୭ ଜଣଙ୍କୁ ପ୍ରଥମ ଡୋଜ ଓ ୪ ହଜାର ୯୦୫ ଜଣକୁ ଦ୍ଵିତୀୟ ଡୋଜ ଦିଆଯାଇଥିବା ବେଳେ ୬୦ ବର୍ଷରୁ ଉର୍ଦ୍ଧ୍ବ ୨ କୋଟି ୯୦ ଲକ୍ଷ ୨୦ ହଜାର ୯୮୯ ଜଣଙ୍କୁ ପ୍ରଥମ ଡୋଜ ଓ ୩୬ ହଜାର ୮୯୯ ଜଣଙ୍କୁ ଦ୍ଵିତୀୟ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି।
More Stories
ଆମନ୍ତ୍ରଣ ଗ୍ରହଣ କଲେ ଆନ୍ଦୋଳନରତ ଡାକ୍ତର,ସର୍ତ୍ତ ମାନିଲେ ପଶ୍ଚିମବଙ୍ଗ ସରକାର…..
ମନ୍ତ୍ରୀଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ, ହଟିଲା ଇଣ୍ଟରନେଟ୍ କଟକଣା…..
ସନ୍ଦୀପ ଘୋଷଙ୍କ ବାବଦରେ ବଡ଼ ତଥ୍ୟ ଦେଲା ସିବିଆଇ….