Report Card Odisha

| Daily Odia News

ଆଜିଠାରୁ ଶୀତ ଅଧିବେଶନ:୪ଟା ଯାଏଁ ଗୃହ ମୁଲତବୀ…..

Bhubaneswar: Congress MLAs and Biju Janata Dal (BJD) protest during the 17th session of the Odisha Legislative Assembly in Bhubaneswar, Tuesday, September 22, 2026. (Photo: IANS)

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଆଜିଠାରୁ ସପ୍ତଦଶ ବିଧାନସଭାର ଅଷ୍ଟମ ତଥା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନ ଆରମ୍ଭରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅର୍ଣ୍ଣବ ଜନିତ ଭୂସ୍ଖଳନରେ ମୃତକଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି। ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ସେପଟେ ଶୋକ ପ୍ରସ୍ତାବ ଆଗତ ହେବା ପରେ ପ୍ରଶ୍ନକାଳରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ଯୋଗାଣ ମନ୍ତ୍ରୀ ଉତ୍ତର ରଖିବା ସମୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି। ବିଜେଡି ବନ୍ୟା ମୁକାବିଲାରେ ସରକାର ଫେଲ୍‌ କରିବା ପ୍ରସଙ୍ଗ ଉଠାଇଥିବାବେଳେ କୋଟିଆ ପ୍ରସଙ୍ଗରେ ଗୃହର ମଧ୍ୟଭାଗରେ କଂଗ୍ରେସ ପ୍ରତିବାଦ କରିଥିଲା।

Breaking News