ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଦୈନନ୍ଦିନ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପୁଣି ଥରେ କିଛି ଟ୍ରେନକୁ ବନ୍ଦ କରିଛି । ରେଳବାଇ ତେଜସ ଏକ୍ସପ୍ରେସକୁ କିଛି ଦିନ ପାଇଁ କରିଛି । ରେଳବାଇ ପକ୍ଷରୁ ବୟାନ ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ ୯ରୁ ଅସ୍ଥାୟୀ ଭାବେ ଲକ୍ଷ୍ନୌ-ଦିଲ୍ଲୀ ତେଜସ ଏକ୍ସପ୍ରେସ ସେବା ବନ୍ଦ କରାଯାଇଛି । ଭବିଷ୍ୟତର ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ଏହି ଟ୍ରେନ ସପ୍ତାହରେ ୪ ଦିନ ଶୁକ୍ରବାର, ଶନିବାର, ରବିବାର ଓ ସୋମବାର ଚଳାଚଳ କରିଥାଏ । ଏହାପୂର୍ବରୁ ଆଇଆରସିଟିସି ଅହମ୍ମଦାବାଦ-ମୁମ୍ବାଇ ତେଜସ୍ ଏକ୍ସପ୍ରେସକୁ ଏପ୍ରିଲ ୨ରୁ ବନ୍ଦ ହୋଇଛି ।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..