ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ କ୍ଷିପ୍ରଗତିରେ ମାଡିଚାଲିଛି। ଗତ ୧୪ ଘଣ୍ଟା ମଧ୍ୟରେ ଦେଶର ସୁପ୍ରିମକୋର୍ଟର ୫୦%ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ସଂକ୍ରମିତ କର୍ମଚାରୀଙ୍କୁ ଗୃହାବଦ୍ଧ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ସର୍ବୋଚ୍ଚ ଅଦାଲତର ସମସ୍ତ କୋର୍ଟ ରୁମ୍ ଏବଂ ସମୁଦାୟ ପରିସରକୁ ସାନିଟାଇଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଇତିମଧ୍ୟରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କ ଘରେ ଥାଇ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାଗୁଡିକର ବିଚାର କରିବେ ବୋଲି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇଥିବା ନେଇ ସୂଚନା ମିଳିଛି।






More Stories
ଯୁଧ୍ୟରେ ୩ ଭାରତୀୟ ମୃତ,ଜଣେ ନିଖୋଜ……
ହାର୍ଦ୍ଦିକଙ୍କ ନାଁରେ ମାମଲା…..
ଟ୍ରେନରେ ମିଳିବନି ରନ୍ଧା ଖାଦ୍ୟ…..