ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ଦିନ କେଇଟା ପରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ | ୩ ପ୍ରମୁଖ ଦଳ ପ୍ରଚାର ଜୋରଦାର ଚଳାଇଛନ୍ତି | ଆଜି ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ୍ରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିଛନ୍ତି। ବସୁଆପୁର ପଞ୍ଚାୟତର କୁମାରପୁର ମେଲଣ ପଡିଆରେ ସଭା କରାଯାଇଥିଲା। ପିପିଲି ବ୍ଲକର ଦାଣ୍ଡମକୁନ୍ଦପୁର, କୁମାରେଶ୍ୱର, ପାଟସାହାଣିପୁର ଏବଂ ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଲା ଓ ସିଂ ବରମ୍ପୁରରେ ଭର୍ଚୁଆଲ ବୈଠକର ଆୟୋଜନ ହୋଇଥିଲା। ୬ଟି ଜିଲ୍ଲା ପରିଷଦ ଜୋନ୍ ଅଞ୍ଚଳରେ ସେ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିଛନ୍ତି। ସେ କହିଛନ୍ତି ଯେ ଆଜି ପିପିଲି ଯାଇ ଆପଣମାନଙ୍କୁ ଭେଟିଥିଲେ ବହୁତ ଖୁସି ହୋଇଥାନ୍ତି। ମୋ ପ୍ରତି ଭଲ ପାଇବା ଯୋଗୁଁ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ। କିନ୍ତୁ କରୋନା କାଳରେ ଏହା ଭଲ ହେବ ନାହିଁ ବୋଲି ମୁଁ ଭାବିଲି। ଏଥିପାଇଁ ଭିସିରେ ଆପଣମାନଙ୍କୁ ଭେଟୁଛି, କୋଭିଡ଼ ପରେ ଭେଟିବାକୁ ଯିବି। ପିପିଲି ଓ ଡେଲାଙ୍ଗର ବିକାଶ କଥା ମୁଁ ବୁଝିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି ବୋଲି ନବୀନ କହିଛନ୍ତି। ତେବେ ଆଗରୁ ହୋଇଥିବା ତିର୍ତ୍ତୋଲ, ବିଜେପୁର, ବାଲେଶ୍ୱର ଓ ପାଟକୁରା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରି ସେଠାରେ ପ୍ରଚାର କରିଥିଲେ।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……