ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶବ୍ୟାପୀ ପ୍ରସାରିତ ଏକ ଟେଲିଭିଜନ୍ ଭାଷଣରେ ବାଇଡେନ୍ କହିଛନ୍ତି କି ଆଫଗାନିସ୍ତାନର ସୁରକ୍ଷିତ ଭବିଷ୍ୟତ ନିମନ୍ତେ ଭାରତ, ପାକିସ୍ତାନ, ରୁଷ୍, ଚୀନ୍ ଏବଂ ତୁର୍କୀର ଉଲ୍ଲେଖନୀୟ ସହଯୋଗ ରହିଛି। ଯୁଦ୍ଧ-ବିକ୍ଷତ ଏହି ଦେଶକୁ ଶାନ୍ତି ଫେରାଇ ଆଣିବାରେ ଉପରୋକ୍ତ ଆଞ୍ଚଳିକ ସହଯୋଗୀମାନେ ଆହୁରି ଅଧିକ କିଛି ଉଦ୍ୟମ କରିବା ଆବଶ୍ୟକ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେପ୍ଟେମ୍ବର ୧୧ ସୁଦ୍ଧା ଆଫଗାନିସ୍ତାନରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର କରିନେବେ। ଆଫଗାନିସ୍ତାନକୁ ସହଯୋଗ କରିବା ଲାଗି ଅଧିକ କିଛି କରିବାକୁ ସେ ଅଞ୍ଚଳର ଅନ୍ୟ ରାଷ୍ଟ୍ରମାନଙ୍କୁ, ବିଶେଷକରି ପାକିସ୍ତାନ, ରୁଷ୍, ଚୀନ୍, ଭାରତ ଓ ତୁର୍କୀକୁ କହିବୁ। ଆଫଗାନିସ୍ତାନର ସୁରକ୍ଷିତ ଭବିଷ୍ୟତ ନିମନ୍ତେ ସେ ସମସ୍ତ ଦେଶମାନଙ୍କର ଉଲ୍ଲେଖନୀୟ ସହଯୋଗ ରହିଛି। ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିନେବେ ବୋଲି ଜାନୁଆରି ୨୦ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବାର ୧୦୦ରୁ କମ୍ ଦିନ ମଧ୍ୟରେ ବାଇଡେନ୍ ଘୋଷଣା କରିଛନ୍ତି। ସମ୍ପ୍ରତି ଆଫଗାନିସ୍ତାନରେ ୨,୫୦୦ରୁ ସାମାନ୍ୟ ଅଧିକ ଆମେରିକୀୟ ସୈନ୍ୟ ଅଛନ୍ତି। ବାରାକ୍ ଓବାମାଙ୍କ ସମୟରେ ସେଠାରେ ୧୦୦୦୦୦ରୁ ଅଧିକ ଆମେରିକୀୟ ସୈନ୍ୟ ଥିଲେ। ହ୍ଵାଇଟ୍ ହାଉସ୍ର ଗଣମାଧ୍ୟମ ସଚିବ ଜେନ୍ ସାକି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିର କୌଣସି ସାମରିକ ସମାଧାନ ନାହିଁ, ବରଂ ଏଥିପାଇଁ କୂଟନୈତିକ ସମାଧାନ ଆବଶ୍ୟକ।
More Stories
ହସ୍ପିଟାଲକୁ ହାଇଆଲର୍ଟ:୧୨ ହଜାର ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ…..
୮ ହଜାର ‘ଏକ୍ସ’ ଆକାଉଣ୍ଟ୍ ବ୍ଲକ…..
ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ପରୀକ୍ଷା ସ୍ଥଗିତ……