ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଏବଂ ଲାଲ୍କିଲାରେ ଧାର୍ମିକ ପତାକା ଉଡ଼ାଇବା ମାଲାରେ ଗିରଫ ହୋଇଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୃଷି ଆଇନ ବିରୋଧରେ କୃଷକ ସଂଗଠଡ଼ଗୁଡ଼ିକ ପକ୍ଷରୁ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରାଯିବା ସମୟରେ ହିଂସା ଘଟିଥିଲା। ଆନ୍ଦୋଳନକାରୀମାନେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବା ସହିତ ଲାଲକିଲାରେ ତ୍ରିରଙ୍ଗାକୁ ହଟାଇ ତା’ ସ୍ଥାନରେ ଧାର୍ମିକ ପତାକା ଉଡ଼ାଇଥିଲେ। ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ହିଂସା ପାଇଁ ଉସୁକାଇଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏହି ମାମଲାରେ କୋର୍ଟ ଦୀପ ସିଦ୍ଧୁଙ୍କୁ ଜାମିନ ଦେବା ସହିତ କିଛି ସର୍ତ୍ତ ରଖିଛନ୍ତି। ସେ ତାଙ୍କ ପାସ୍ପୋର୍ଟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଜମା କରିବେ। ସେ ଯେଉଁ ଫୋନ ନମ୍ବର ବ୍ୟବହାର କରିବେ ତାହାକୁ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ପଞ୍ଜୀକୃତ କରିବେ। ପ୍ରତିମାସର ପହିଲା ଏବଂ ୧୫ ତାରିଖରେ ଦୀପ ଯେଉଁ ଅଞ୍ଚଳରେ ଥିଲେ ତାହାର ଲୋକେଶନ ଅଧିକାରୀଙ୍କୁ ଜଣାଇବେ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..