ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟକୁ ଆଉ ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିବା ନେଇ ସୂଚନା ମିଳିଛି । ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ଏହି ଟିକାକୁ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ । ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକାକରଣକୁ ଜୋରଦାର କରିବାରୁ ସରକାର ଗୁରୁତ୍ୱ ଦେଉଛନ୍ତି। ଆଉ ଏହାରି ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ଟିକା ପଠାଇଛନ୍ତି। ତେବେ ରାଜ୍ୟରେ ଟିକାର ଅଭାବ ନେଇ ଅନେକ ସ୍ଥାନରେ ଟିକାକରଣ ବନ୍ଦ ହୋଇଥିଲା। ରାଜ୍ୟରେ ପ୍ରାୟ ୧ ହଜାର ଟିକା କେନ୍ଦ୍ର ବନ୍ଦ ରହିଥିଲା । ବିଶେଷ ଭାବେ ରାଜ୍ୟରେ ୪୨୭ ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଥିବା ବେଳେ ୮ ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ପୁଣି ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବାନେଇ ଜଣାପଡୁଛି ।






More Stories
ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..