ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁ ପ୍ରତୀକ୍ଷିତ ଓସ୍କାର ପୁରସ୍କାର ରବିବାର ସନ୍ଧ୍ୟାରେ ଘୋଷଣା ହୋଇଛି। ୯୩ତମ ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଛି ଚଳଚ୍ଚିତ୍ର ‘ନୋମାଡ୍ଲ୍ୟାଣ୍ଡ’। ଏହି ଚଳଚ୍ଚିତ୍ର ୩ଟି ପୁରସ୍କାର ହାତେଇବା ସହିତ ୨୦୨୧ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଆଖ୍ୟା ଅର୍ଜନ କରିଛି। ନୋମାଡ୍ଲ୍ୟାଣ୍ଡର ନିର୍ଦ୍ଦେଶକ କ୍ଲୋଇ ଚାଓ ଶ୍ରେଷ୍ଠ ନିର୍ଦେଶକ ଭାବେ ପୁରସ୍କାର ପାଇଛନ୍ତି। ସେ ୨ୟ ମହିଳା ଭାବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଫ୍ରାନ୍ସିସ ମ୍ୟାକ୍ଡୋରମାଣ୍ଡଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟପଟେ ଚଳଚ୍ଚିତ୍ର ‘ଦ ଫାଦର’ ଲାଗି ବିଶିଷ୍ଟ ଅଭିନେତା ଆନ୍ଥୋନୀ ହପ୍କିନ୍ସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସବୁଠୁ ବୟସ୍କ ଅଭିନେତା ଭାବେ ସେ ଏହି ପୁରସ୍କାର ପାଇଛନ୍ତି। ଏହାବ୍ୟତୀତ ସହ ଅଭିନେତା ଭାବେ ଡାନିଏଲ କାଲୁୟଙ୍କୁ ପୁରସ୍କାର ମିଳିଛି। ‘ଜୁଡାସ ଆଣ୍ଡ ଦ ବ୍ଲାକ ମସିହା’ ଚଳଚ୍ଚିତ୍ର ପାଇଁ ସେ ଏହି ପୁରସ୍କାର ହାସଲ କରିଛନ୍ତି। ସହ ଅଭିନେତ୍ରୀ ଭାବେ ୟୁ-ଜୁଙ୍ଗ ୟୁନଙ୍କୁ ‘ମିନାରି’ ଚଳଚ୍ଚିତ୍ର ପାଇଁ ପୁରସ୍କାର ମିଳିଛି। ଏହି ଘୋଷଣା ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ ଜୋନସ କରିଥିଲେ। ବର୍ତ୍ତମାନ ଏହି ବିଶାଳ କାର୍ଯ୍ୟକ୍ରମର ଚର୍ଚ୍ଚା ଚାରିଆଡେ ହେବାରେ ଲାଗିଛି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….