ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମ ବୃଦ୍ଧି ଯୁଗୁଁ ସବୁଆଡେ ହାହା କାର | ଏହି ସମୟରେ ଦେଖା ଦେଇଛି ଅକ୍ସିଜେନ୍ ସଙ୍କଟ | ଡାକ୍ତରଖାନାରେ ଡାକ୍ତରୀ ଅମ୍ଳଜାନ ଯୋଗାଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅମ୍ଳଜାନ କନସେନଟ୍ରେଟର କ୍ରୟକୁ ମଞ୍ଜୁରୀ କରିଛନ୍ତି । କରୋନା ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ଅନେକ ମେଡିକାଲ ଅମ୍ଳଜାନର ଅଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ପୂର୍ବରୁ କରୋନାଭାଇରସ୍ଜନିତ ମହାମାରୀ ବିରୋଧରେ ଲଢ଼ିବାରେ ସହାୟକ ହେବାକୁ ସିଙ୍ଗାପୁର ଭାରତକୁ ଦୁଇଟି ବିମାନ ବୋଝେଇ ‘ମେଡିକାଲ୍ ଅକ୍ସିଜେନ୍’ ପଠାଇଥିବା ଜଣାପଡ଼ିିଥିଲା। କରୋନା ସହ ଏହି ଲଢ଼େଇରେ କେବଳ ଭାରତ ନୁହେଁ, ଭାରତ ସହ ଅନ୍ୟ ଦେଶମାନେ ମଧ୍ୟ ଭାରତ ସହ ଲଢ଼ୁଥିବା ଦେଖାଯାଇଛି। ଭାରତକୁ କରୋନା ଲଢ଼େଇରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଦେଶ ହାତ ବଢ଼ାଇବା ସହ ଅମ୍ଳଜାନ କନସେନଟ୍ରେଟର ଯୋଗାଉଥିବା ଦେଖାଯାଇଛି।






More Stories
ଆଗୁଆ ଇନ୍ଷ୍ଟଲ ହେବନି ‘ସଞ୍ଚାର ସାଥୀ’…..
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..