ରିପୋର୍ଟ କାର୍ଡ / ଗୌହାଟୀ
ଆସାମରେ ୨ ଦିନ ମଧ୍ୟରେ ୬ରୁ ଅଧିକ ଥରର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ୬ ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରାତି ୧୨.୨୪ ମିନିଟ ହୋଇଥିବା ବେଳେ ଶେଷ ଝଟ୍କା ୨.୩୮ମିନିଟରେ ହୋଇଛି । ସେହିପରି ରାତି ୧.୨୦ ମିନିଟରେ ଆସିଥିବା ଭୁକମ୍ପ ଝଟ୍କାର ତିବ୍ରତା ସବୁଠାରୁ ଅଧିକ ବୋଲି ରେକର୍ଡ କରାଯାଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୬ଥିବା ରେକର୍ଡ ହୋଇଛି । ସେହିପରି ରାତି ୧୨ଟା ପରେ ଗୋଟିଏ ପରେ ଗୋଟିଏ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ପ୍ରଥମ ୧୨.୨୪ମିନିଟ୍, ୧.୧୦ ମିନିଟ, ୧.୨୦ ମିନିଟ୍, ୧.୪୧ ମିନିଟ୍, ୧.୫୨ ମିନିଟ୍ ଏବଂ ୨.୩୮ ମିନିଟରେ ଝଟ୍କା ଆସିଥିଲା । ସମସ୍ତ ଭୂକମ୍ପର ତିବ୍ରତା ୪.୬, ୨.୭ , ୨.୩ ଏବଂ ୨.୭ ମଧ୍ୟରେ ରହିଥିଲା । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ସୂଚନା ଅନୁସରେ- ଏହାପୂର୍ବରୁ ବୁଧବାର ଦିନ ଅନେକ ଥରର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ବୁଧବାର ସକାଳ ୭.୫୧ ମିନିଟରେ ଆସାମରେ ୬.୪ ତୀବ୍ରତାର ଭୂକମ୍ପ ଝଟ୍କା ହୋଇଥିଲା ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..