ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି | ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ୪ ଦିନ ପୂର୍ବରୁ ଗ୍ରୀଷ୍ମ ଅବକାଶ ଘୋଷଣା କରିଛନ୍ତି । ପୂର୍ବରୁ ମେ ୧୪ରେ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଥିବାବେଳେ ଏବେ ତାହା ମେ ୧୦ରୁ ଆରମ୍ଭ ହୋଇ ଜୁନ ୨୮ ପର୍ୟ଼୍ୟନ୍ତ ବଳବତ୍ତର ରହିବ |ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି କୁହାଯ଼ାଇଛି ଯ଼େ ଦ୍ରୁତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଓ ବାର ଆସୋସିଏସନର ପ୍ରସ୍ତାବକୁ ବିଚାର କରି ଆସନ୍ତା ମେ ୧୦ ତାରିଖ ସୋମବାରଠାରୁ ଗ୍ରୀଷ୍ମ ଅବକାଶ ଆରମ୍ଭ କରିବାକୁ ପ୍ରଧାନ ବିଚାର ପତି ଏନଭି ରମନ୍ନା ମଂଜୁରୀ ଦେଇଛନ୍ତି । ଗତ ସପ୍ତାହରେ ପ୍ରଧାନ ବିଚାରପତି ଏନଭି ରମନ୍ନା ଏବଂ ବାର କାଉନସିଲ ଅଫ ଇଣ୍ଡିଆ, ସୁପ୍ରିମ କୋର୍ଟ ବାର ଆସୋସିଏସନର ପ୍ରତିନିଧି ଓ ବରିଷ୍ଠ ଆଡଭୋକେଟମାନଙ୍କ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଗ୍ରୀଷ୍ମ ଅବକାଶକୁ ଆଗୁଆ କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..