ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଆସାମରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସକାଳୁ ମୋରିଗାନ୍ ଅଞ୍ଚଳରେ ଏହି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୨.୮। ସକାଳ ପ୍ରାୟ ୬ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ୍ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଲୋକ ମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲା ବେଳେ କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ଗତକାଲି ମଧ୍ୟ ଆସାମର ତେଜପୁର ଅଞ୍ଚଳରେ ଦିନ ୧୦ଟା ବେଳକୁ ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୩.୬ ।






More Stories
ବାଂଲାଦେଶ ସୀମାରେ ଲାଗିବ ତାରବାଡ଼……
ସହି ପାରୁନାହାଁନ୍ତି ମୋଦି!TVKକୁ ସମର୍ଥନ କରିବା ନେଇ ଗର୍ଜିଲେ…..
ପୁଣି ହିମନ୍ତ ବିଶ୍ୱ ଶର୍ମା ହେବେ ମୁଖ୍ୟମନ୍ତ୍ରୀ…..