ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଲକ ଡାଉନର ୪ର୍ଥ ଦିନ | ଲୋକଙ୍କୁ ଯେତେ ଚେତାଇଲା ପରେ ଚେତୁନାହାନ୍ତି ଲୋକେ | ୪ର୍ଥ ଦିନ ଠାରୁ କଠୋର ହୋଇଛି ପୋଲିସ | ଏଥର ସାବାଡ଼ ହେବେ ମନମାନୀ କରୁଥିବା ଅମାନିଆ । ଆଜିଠୁ କଟକ-ଭୁବନେଶ୍ୱରରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ପରିଚୟପତ୍ରର ଦୁରୁପଯୋଗ କରି ଏଣେତେଣ ବୁଲୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ଦ୍ୱୈତନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି | କହିଛନ୍ତି ଯେ, ଏଥର ଲକଡାଉନ ଓ ସଟଡାଉନରେ କୌଣସି ପାସ୍ ଜାରି କରାଯାଇନି । ଲୋକଙ୍କୁ ବିଶ୍ୱାସକୁ ନେଇ ପୋଲିସ କାମ କରୁଛି । ଏହାସହ ଆଇଟି, ବ୍ୟାଙ୍କ ଭଳି ସେବା କ୍ଷେତ୍ରର ସଂସ୍ଥାକୁ କଟକଣାମୁକ୍ତ କରାଯାଇଛି । ହେଲେ ଏହାର ସୁଯୋଗ ନେଇ କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କ କାର୍ଡ ଦେଖାଇ ବୁଲୁଛନ୍ତି । ଏଣୁ ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସେମାନଙ୍କ ସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଛି । କେଉଁ କର୍ମଚାରୀ କେଉଁ ଅଫିସରେ, କେଉଁ ସମୟରେ କାମ କରିବେ ସେନେଇ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଡିସିପିଙ୍କ ପାଖରେ ଦାଖଲ କରିବାକୁ ସଂସ୍ଥାଗୁଡ଼ିକୁ କୁହାଯାଇଛି । ଫଳରେ ଅମାନିଆଙ୍କ ଯାତାୟାତକୁ ରୋକାଯାଇପାରିବ ବୋଲି ପୋଲିସ କହିଛି ।ରାଜ୍ୟରେ କରୋନା ପ୍ରତିଦିନ ଲମ୍ବ ଡିଆଁ ମାରୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ନୂଆ ରେକର୍ଡ କରିବାରେ ଲାଗିଛି।






More Stories
ଲୋକ ସେବା ଚାହାଁନ୍ତି,ନେତାଙ୍କ ପ୍ରବଚନ ନୁହେଁ…..
ଜାତୀୟ ପତାକା ବ୍ୟବହାର ନେଇ ନିର୍ଦେଶନାମା ଜାରି…..
ଉଛେଦ ହେଲା ପ୍ରଣବଙ୍କ ଫାର୍ମ ହାଉସ ଜମି…..