ରିପୋର୍ଟ କାର୍ଡ / ମୁମ୍ବାଇ
ଜୁନ୍ ୧ ପର୍ଯ୍ୟନ୍ତ ବଢ଼ିଲା ମହାରାଷ୍ଟ୍ରରର ଲକଡାଉନ୍ ଅବଧି । କରୋନା ନେଗେଟିଭ ରିପୋର୍ଟ ବିନା ରାଜ୍ୟକୁ ପ୍ରବେଶ ଉପରେ ପତିବନ୍ଧକ ଲଗାଇଲେ ମହାରଷ୍ଟ୍ର ସରକାର । କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଆଗାମୀ ଜୁନ୍ ୧ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଏନେଇ ଆଜି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସଂକ୍ରମଣରେ କାବୁ ପାଇବାକୁ ପୁରୁଣା ନିୟମ ସହ କିଛି ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି । ମହାରାଷ୍ଟ୍ରକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ପ୍ରବେଶ କରିବାର ୪୮ ଘଣ୍ଟା ପୂର୍ବରୁ ହୋଇଥିବା ଆବାଶ୍ୟକ ଏହି ରିପୋର୍ଟ । ପୂର୍ବରୁ ସର୍ବାଧିକ କରୋନା ପ୍ରଭାବିତ ଅଞ୍ଚଳରୁ ଆସୁଥିବା ଲୋକଙ୍କ ପାଇଁ ଥିଲା ଏହି ନିୟମ । କିନ୍ତୁ ବର୍ତ୍ତମାନ ଦେଶର ଯେକୌଣସି ସ୍ଥାନରୁ ଆସୁଥିବା ନାଗରିକଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….