ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘୁଞ୍ଚିଲା ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା। ଜୁନ୍ ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଅକ୍ଟୋବର ୧୦କୁ ଘୁଞ୍ଚିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁପିଏସସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ଆୟୋଜିତ ହେବାକୁ ଥିବା ସିବିଏସଇ, ମାଟ୍ରିକ, ଅନ୍ୟାନ୍ୟ କମ୍ପିଟେଟିଭ ପରୀକ୍ଷାକୁ ମଧ୍ୟ ସରକାର ଘୁଞ୍ଚାଇଛ ଦେଇଛନ୍ତି । ତେଣୁ ୟୁପିଏସସି ପରୀକ୍ଷା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବିଦ୍ୟାର୍ଥୀ ଦାବି କରୁଥିଲେ। ଆଉ ୟୁପିଏସସି କରୋନା ସଂକ୍ରମଣର ଭୟାବହତାକୁ ବିଚାରକୁ ନେଇ ପରୀକ୍ଷା ତାରିଖ ଘୁଞ୍ଚିଥିବା ନେଇ ସୂଚନା ମିଳିଛି ।






More Stories
ସରଣ୍ଡାରେ ଏନ୍କାଉଣ୍ଟର:୫ ଯବାନ ଆହତ…..
ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ମନୋନୀତ…..
ଜାତୀୟ ମହିଳା ସଂରକ୍ଷଣ ବିଲ୍କୁ ବିଜେଡିର ସମର୍ଥନ…..