ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା କାଲି ଦେଶର କୃଷକଙ୍କୁ ପିଏମ-କିଶାନ ଯେଜନା ମାଧ୍ୟମରେ ଅର୍ଥୀକ ସହାୟତାର ଅଷ୍ଟମ କିସ୍ତି ଟଙ୍କା ସିଧା ସଳଖ ମିଳିବ | ୧୪ ତାରିଖ ଅର୍ଥାତ ଆସନ୍ତା କଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିସାନ ସମ୍ନାନ ନିଧି ଯୋଜନା ଅଧୀନରେ ଆର୍ଥିକ ସହାୟତାର ଅଷ୍ଟମ କିସ୍ତି ପ୍ରକାଶ କରିବେ। ଏହା ମାଧ୍ୟମରେ ୯.୫ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ୧୯,୦୦୦ କୋଟି ଟଙା୍କାର ଅର୍ଥୀକ ସହାୟତା ମିଳିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ପିଏମ-କିଶାନ ଯୋଜନା ଅଧୀନରେ ପ୍ରତି ବର୍ଷ ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ପ୍ରତିବର୍ଷ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ, ବର୍ଷକୁ ୪-ମାସିକ କିସ୍ତିରେ ୨୦୦୦ ଟଙ୍କା ପ୍ରଦାନ କରାଯାଇଥାଏ । ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୁଏ । ଏହି ଯୋଜନାରେ ୧.୧୫ କୋଟି ଟଙ୍କାରୁ ଅଧିକ ରାଶି ବର୍ତ୍ତମାନ ପର୍ୟ୍ୟନ୍ତ କୃଷକ ପରିବାରକୁ ହସ୍ତାନ୍ତର କରାଯାଇଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..