ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସାତ ଦୋଷୀଙ୍କୁ ମୁକ୍ତ କରିବାକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦାବି କରିଛନ୍ତି । ଏହି ପ୍ରସ୍ତାବରେ ସରକାର ସହଯୋଗୀ କଂଗ୍ରେସ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ କହିଛିକି ଷ୍ଟାଲିନଙ୍କ ଏହି ଦାବିରେ ଆମେ ସହମତ ନୁହଁ । ପାର୍ଟି କହିଛି, ଏହି ପରି ରାଜନୈତିକ ଚାପକୁ ଆମେ ଅସ୍ଵୀକାର କରୁଛୁ। ଡିଏମକେ ପ୍ରମୁଖ ଷ୍ଟାଲିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ହତ୍ୟାର ଦୋଷୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ଏହାର ଗୋଟିଏ ଦିନ ପରେ ତାମିଲନାଡୁ କଂଗ୍ରେସ କମିଟି(ଟିଏନସିସି)ର ସଭାପତି କେଏସ ଆଲଗିରି କହିଛନ୍ତି, ପାର୍ଟିର ଏହି ପ୍ରସଙ୍ଗ ଏବଂ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ମାମଲାରେ ଆମେ ଷ୍ଟାଲିନଙ୍କୁ ସମର୍ଥନ କରୁନାହୁଁ କି ଏଥିରେ ସହମତ ମଧ୍ୟ ନୁହଁ। ରାଜୀବ ଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପାର୍ଟି ମୁଖ୍ୟାଳୟରେ ଫଟୋରେ ପୁଷ୍ପ ଅର୍ପଣ କରିବା ପରେ ଆଲଗିରି କହିଛନ୍ତି, ଦୋଷୀଙ୍କଠାରେ ଧର୍ମ, ଜାତି, ଭାଷା ଓ ଗୋତ୍ର ଆଧାରରେ ପ୍ରଭେଦ କରିବା ଉଚିତ୍ ନୁହେଁ। ସେ କହିଛନ୍ତି, କେବଳ ଅଦାଲତ ଦ୍ଵାରା ଦୋଷୀଙ୍କୁ ସଜା ମିଳିବା ଉଚିତ୍ ଏବଂ ମୁକ୍ତ କରିବା ଉଚିତ୍। ଏମିତି ମାମଲାରେ ରାଜନୈତିକ ଚାପ ପକାଇବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..