ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁଙ୍କ ମର ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏବଂ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାପରେ ତାଙ୍କ ମର ଶରୀରକୁ ବାରଙ୍ଗରେ ଥିବା ସାଇ ରେସିଡେନ୍ସିଆଲ ସ୍କୁଲ, ପରେ ପଟିଆ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ନିଆଯାଇଛି । ସେଠାରୁ ଶାସ୍ତ୍ରୀ ନଗର ଅଣାଯାଇ ନିଜ ବାସଭବନରେ କିଛି ସମୟ ପାଇଁ ରଖାଯିବ । ପରିବାର ଲୋକ ଶେଷ ଦର୍ଶନ କରିବା ପରେ ସତ୍ୟନଗର ଶ୍ମଶାନରେ କୋଭିଡ ନିୟମ ଅନୁସାରେ ହେବ ଶେଷକୃତ୍ୟ କରାଯିବ । ତେବେ ତାଙ୍କୁ ରାଜ୍ୟ ସମ୍ମାନ ପ୍ରଦାନ କରାଯିବ । କୋଭିଡରୁ ଭଲ ହେବା ପରେ ଫୁସଫୁସ ଜନିତ ରୋଗର ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା । ଚିକିତ୍ସା ଅବସ୍ଥାରେ ଗୁରୁବାର ଦିନ ତାଙ୍କର ପରଲୋକ ହୋଇଥିଲା |






More Stories
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ଭରତପୁରରେ ବୁଲିଲା ବୁଲଡୋଜର…..
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..