ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ପ୍ରାୟ ୨୦୦ ଦିନରେ ପହଞ୍ଚିଛି | ଏହାକୁ ଆହୁରି ଜୋର୍ଦାର କରିବାଲାଗି ଆସନ୍ତା ୨୬ ତାରିଖରେ ସବୁ ରାଜ୍ୟର ରାଜଭବନ ସମ୍ମୁଖରେ ଚାଷୀମାନେ ଙ୍କୁ ଧାରଣା ଦେବାକୁ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ଚାଷୀମାନେ ଏକାଠି ହୋଇ ପ୍ରତିବାଦ କରିବା ସହ କଳା ପତାକା ଦେଖାଇବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ନେତା କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଯିବ। ସେହିଦିନକୁ ‘କୃଷି ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଦିବସ’ ଭାବେ ପାଳନ କରାଯିବ ବୋଲି ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ଧର୍ମେନ୍ଦ୍ର ମଲିକ କହିଛନ୍ତି। ଚାଷୀ ନେତାଙ୍କ କହିବା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍ ୨୬ରେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଏକପ୍ରକାର ଅଘୋଷିତ ଜରୁରୀ ସ୍ଥିତି ଲାଗୁ କରିଛନ୍ତି। ଦିଲ୍ଲୀ ସୀମାରେ ମହିଳାମାନଙ୍କ ନିରାପତ୍ତାକୁ ନେଇ ଚାଷୀମାନେ ଚିନ୍ତାବ୍ୟକ୍ତ କରିଛନ୍ତି।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..