ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅନାଥ ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାପା ମାାଆଙ୍କୁ ହରାଇଥିବା ଶିଶୁ ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ପରିବାର ମୁଖ୍ୟ ଉପର୍ଜନକାରୀଙ୍କୁ ହରାଇଥିବା ଶିଶୁ ବି ଉପକୃତ ହେବେ। ଉଭୟ ପିତା ମିତା କିମ୍ବା ଜଣଙ୍କୁ ହରାଇଥିଲେ ବି ପିଲାଙ୍କୁ ମିଳିବ ଏହି ସୁବିଧା। ଏହି ସ୍ୱତନ୍ତ୍ର ଯୋଜନାରେ ମାସିକ ୨୫ ଶହ ଟଙ୍କା ମିଳିବ। ଯଦି ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମାଆଙ୍କୁ ହରାଇଥିଲେ ତେବେ ୧୫ଶହ ଟଙ୍କା ମିଳିବ। ଯେପରି ଜଣେ ବି ଅନାଥ ପିଲା ଏହି ଯୋଜନାରୁ ବଂଚିତ ନହେବେ ସେଥିଲାଗି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ମସିହା ଏପ୍ରିଲ ୧ ପରେ ଅନାଥ ହୋଇଥିବା ଶିଶୁମାନଙ୍କୁ ଏହି ଯୋଜନାର ଲାଭ ମିଳିବ । ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ଯୋଜନାରେ ପିଲାଙ୍କୁ ଟଙ୍କା ମିଳିବ ବୋଲି ସୂଚନା ମିଳିଛି। କିନ୍ତୁ ଯଦି ପୂର୍ବରୁ କେହି ପୋଷ୍ୟ ଭାବେ ଗ୍ରହଣ କରନ୍ତି ଆଉ ଏହି ଯୋଜନାର ଲାଭ ମିଳିବ ନାହିଁ। ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ମଧ୍ୟ ମିଳିବ। ସମ୍ପୃକ୍ତ ପିଲାଙ୍କୁ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ସରକାର କହିଛନ୍ତି।






More Stories
ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ……
୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ…..
ଆଗୁଆ ସ୍କୁଲ ଛୁଟି ଘୋଷଣା କଲେ ସରକାର…..