ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଂଲାଦେଶର ରାଜଧାନୀ ଢାକାରେ ଏକ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ଜଣ ଆହତ ହୋଇଛନ୍ତି | ଏହି ଦୁର୍ଘଟଣା ରବିବାର ରାତି ପ୍ରାୟ ୮ ସମୟରେ ଘଟଣାଟି ମୋଘବଜାର ୱାୟାର୍ଲେସ୍ ଗେଟ୍ ନିକଟରେ ଘଟିଛି। ପୋଲିସ ଏହାକୁ ଗ୍ୟାସ୍ ବିସ୍ଫୋରଣ ବୋଲି କହୁଥିଲେ ମଧ୍ୟ ତଦନ୍ତ ନ ସରିଲେ ସୁନିଶ୍ଚିତ କରି କିଛି କହିହେବ ନାହିଁ ବୋଲି ଅଗ୍ନିଶମ ସେବା ଏବଂ ବେସାମରିକ ପ୍ରତିରକ୍ଷା ବିଭାଗ କହିଛି। ଆହତମାନଙ୍କ ମଧ୍ୟରୁ ୨୯ଜଣଙ୍କୁ ଢାକା ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ୧୦ଜଣଙ୍କୁ ଶେଖ୍ ହସିନା ନ୍ୟାସ୍ନାଲ୍ ବର୍ଣ୍ଣ ଆଣ୍ଡ୍ ପ୍ଲାଷ୍ଟିକ୍ ଇନ୍ଷ୍ଟିଚ୍ୟୁଟ୍ରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନଙ୍କୁ ମାଘ ବଜାର ଅଞ୍ଚଳର କେତେକ ଡାକ୍ତରଖାନାକୁ ନିଆଯାଇଛି। ଢାକା ମେଟ୍ରୋପଲିଟାନ୍ ପୁଲିସ କମିସନର୍ ଶଫିକୁଲ୍ ଇସ୍ଲାମ୍ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଖ୍ୟ ରାସ୍ତା ପାର୍ଶ୍ବ ଗୋଟିଏ ତିନିତାଲା କୋଠାର ସବା ତଳ ମହଲାରେ ଥିବା ଶାୱରମା ହାଉସ୍ରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପ୍ରଭାବରେ ପାଖରେ ଥିବା କେତେଗୁଡ଼ିଏ କୋଠାଘର ଏବଂ ତିନିଟି ବସ୍ ନଷ୍ଟ ହୋଇଯାଇଛି।






More Stories
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……